ୱାଇଫ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ*
ଭୁବନେଶ୍ୱର : ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ମାନୀତା ଅନୁଷ୍ଠାନ ର ବାର୍ଷିକ ଉତ୍ସବ ସହିତ WIFE (ୱାଇଫ) ଓଡ଼ିଆ ଚଳଚ୍ଚିତ୍ର ର ପୋଷ୍ଟର ଲଞ୍ଚ ହୋଇଛି l ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ ହେବା ସହ, ଜଣେ ସମାଜସେବୀ, ଲେଖିକା, ପ୍ରଯୋଜିକା ଏବଂ ଜଣେ Creative person. ବର୍ଷା ଙ୍କର ସମ୍ମାନୀତା ଅନୁଷ୍ଠାନ ଦୀର୍ଘ ୭/୮ ବର୍ଷ ଧରି ଅନେକ ଉନ୍ନତିମୂଳକ, ଜନକଲ୍ୟାଣକାରୀ, ଜନମଙ୍ଗଳ କାର୍ଯ୍ୟ ସବୁ କରିଆସୁଛି l ଅବହେଳିତ, ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ସମ୍ମାନୀତା ସବୁବେଳେ କାର୍ଯ୍ୟ କରିଆସୁଛି l ପାଠାଗାର ଅଭିଯାନ, ମହିଳାମାନଙ୍କ ଋତୁସ୍ରାବ ଜନିତ ସଚେତନତା, ଶିଶୁ ମାନଙ୍କର ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟ, ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପ୍ରୟାସ, ଵୃଦ୍ଧାଶ୍ରମ ରେ ଥିବା ଗୁରୁଜନଙ୍କ ମୁହଁ ରେ ହସ ଫୁଟାଇବା, ସାମାଜିକ, ଗଣମାଧ୍ୟମ ର ଅପବ୍ୟବହାର ଉପରେ ସଚେତନତା, ବିଭିନ୍ନ ସଚେତନତାମୂଳକ କର୍ମଶାଳା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରିଆସୁଅଛି ବର୍ଷା ଙ୍କର ସମ୍ମାନୀତା l ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ ୨୦୨୪ l କେବଳ ମହିଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା, ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ‘ସମ୍ମାନୀତା’ ଅନୁଷ୍ଠାନ ସମ୍ମାନିତ କରିଥିଲା l ତା’ସହ ବର୍ଷାଙ୍କର ଆଗାମୀ ଚଳଚ୍ଚିତ୍ର ‘WIFE’ (ୱାଇଫ) ର ପୋଷ୍ଟର ଲଞ୍ଚ କରାଗଲା l ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା MP ଏବଂ ଅଭିନେତା ମୁନ୍ନା ଖାଁ ଯୋଗଦେଇଥିଲେ ଏବଂ ବରିଷ୍ଠ ଆଇନଜୀବି ସୌରଚନ୍ଦ୍ର ମହାପାତ୍ର ସମ୍ମାନିତ ହୋଇଥିଲେ l ମେଘନା ମିଶ୍ର, ସନଲିସା ପଟେଲ, ସଙ୍ଗୀତା ସାହୁ , ପ୍ରେରଣା, ରୁମଝୁମ , ନିଦ୍ଧି ଗର୍ଗ , ଓ ଅନେକ ସମାଜସେବୀ, ପ୍ରତିଷ୍ଠିତ ବ୍ୟକ୍ତି ମାନେ ସମ୍ମାନିତ ହୋଇଥିଲେ l ନିଜର କମେଡି ଅନ୍ଦାଜରେ ଲୋକଙ୍କର ଅତିପ୍ରିୟ ହୋଇଥିବା ୟୁଟୁବର ରାଜୁ ଦାସ, ପ୍ରମୁଖ ଯୁବ କଳାକାର ହିସାବରେ ସମ୍ମାନିତ ହୋଇଥିଲେ l ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ l ବିଜୟ କାଣ୍ଡୋଇ, ବବି ଇସଲାମ, ରାଜ ରାଜେଶ, ଜୟଜିତ, ଲିପ୍ସା ମିଶ୍ର, ସୁଜାତା କର, ବାପୁ ଲେଙ୍କା ଅନେକ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ସମ୍ମାନୀତା ର ଉପସଭାପତି ବନାନୀ ଦଳେଇ ସମସ୍ତ ଦାୟିତ୍ୱ ରେ ଥିଲେ l SCB ମେଡିକାଲ ର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ଏବଂ Sofy ର ପରିଚାଳକ ଅବିନାଶ ତ୍ରିପାଠୀ କାର୍ଯ୍ୟକ୍ରମରେ ବିଶେଷ ସାହାଯ୍ୟ କରିଥିଲେ l ସମ୍ମାନୀତା ର ବରିଷ୍ଠ ସଭ୍ୟ ସୁଜୟ ସରକାର, ରିଙ୍କୁ, ମିହିର ଦାସ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିଥିଲେ l ବର୍ଷା ଙ୍କର ଏହି ଅନୁଷ୍ଠାନ ଗଢି ତାଙ୍କର ସମାଜ ପ୍ରତି ଥିବା ଭଲ ପାଇବାକୁ ସମସ୍ତେ ପ୍ରଶଂସା କରିଥିଲେ l