ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା

0

ନୂଆଦିଲ୍ଲୀ (ଆମ ଟିଭି): ମିଜୋରାମ କୁ ମିଳିଲା ନୂଆ ମୂଖ୍ୟମନ୍ତ୍ରୀ । ଜେଡପିଏମ ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପତି ରାଜଧାନୀ ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଛନ୍ତି।

ଲାଲଡୁହୋମାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମ ୪୦ରୁ ୨୭ଟି ଆସନରେ ଦମ୍‌ଦାର ବିଜୟ ହାସଲ କରି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

Leave A Reply

Your email address will not be published.