ଭୁବନେଶ୍ବର: ଆଉ ଚଳିବନି ଅନଲାଇନ ଡ୍ରାଇଭରଙ୍କ ମନମାନି। ଆସିବ କଡ଼ା ନିୟମ। ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଓଡିଶା ଯାତ୍ରୀ ଆପକୁ ବ୍ୟାପକ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗର ବଡ ନିଷ୍ପତ୍ତି। ପରିବହନ ବିଭାଗ ସହ ସମନ୍ଵୟ ରଖିବ ନଗର ଉନ୍ନୟନ ବିଭାଗ। ଯେଉଁଥିରେ ଯାତ୍ରୀମାନଙ୍କ ଅସୁବିଧା ହେବ ନାହିଁ। । ଲୋକଙ୍କୁ ସେବା ଯୋଗାଇବା ସହ ଡ୍ରାଇଭର ମାନେ କିପରି ଲାଭବାନ ହୋଇପାରିବେ ତାକୁ ଗୁରୁତ୍ଵ ଦିଆଯିବ। ସବୁ ସହରରେ ଓଡ଼ିଶା ଯାତ୍ରୀ ଆପର କିପରି ବ୍ୟବହାର ହୋଇପାରିବ ସେଥିପାଇଁ ଏକ ବୈଠକ କରି ଆଲୋଚନା ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
ଯାତ୍ରୀଙ୍କୁ ସୁବିଧାଜନକ ଓ ଉନ୍ନତ ଗାଡ଼ି ସେବା ଯୋଗାଇବା ପାଇଁ ‘ଓଡ଼ିଶା ଯାତ୍ରୀ’ ଆପ୍କୁ ବ୍ୟାପକ କରାଯିବ। ବର୍ତ୍ତମାନ ଏହି ଆପ୍ର ବ୍ୟବହାରକୁ ଆହୁରି ବଢ଼ାଇ ରାଜ୍ୟର ସମସ୍ତ ସହରରେ ଏହାକୁ ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଛି। ଏଥିପାଇଁ ନଗର ଉନ୍ନୟନ ବିଭାଗ ଏବଂ ପରିବହନ ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବ।ମନ୍ତ୍ରୀଙ୍କ କହିବା ଅନୁସାରେ, ସରକାରଙ୍କ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କୁ ଉତ୍ତମ ସେବା ଦେବା ସହ ଡ୍ରାଇଭରମାନେ ମଧ୍ୟ ଯେପରି ଲାଭବାନ ହୋଇପାରିବେ, ସେଥିପାଇଁ ଗୁରୁତ୍ୱ ଦେବା।