ଓଡ଼ିଆ ପୁଅ ପି.କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପୁନଃନିଯୁକ୍ତି

0

ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବରେ ପୁନଃନିଯୁକ୍ତି କରାଯାଇଛି। ତାଙ୍କର ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହିତ ଜାରି ରହିବ କିମ୍ବା ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିନାହିଁ। ଏହି ସମୟରେ ତାଙ୍କୁ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟା ଦିଆଯିବ। ଗୁରୁବାର କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଉପରେ ମୋହର ମାରିଛି।

ସେହିପରି ଅଜିତ ଡୋଭାଲ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ ଜାରି ରଖିବେ। ତୃତୀୟ ଥର ପାଇଁ ସେ ଏହି ପାଦରେ ନିଯୁକ୍ତ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।

ସେହିଭଳି ଅମିତ ଖରେ ଏବଂ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଭାରତ ସରକାରଙ୍କ ସଚିବ ପଦବୀରେ ଏବଂ ସ୍କେଲରେ ଦୁଇ ବର୍ଷ ପାଇଁ ସେମମାନଙ୍କ ନିଯୁକ୍ତି କରାଯାଇଛି, ଯାହା ୧୦.୦୬.୨୦୨୪ ରୁ କାର୍ଯ୍ୟକାରୀ ହେବ ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ।

Leave A Reply

Your email address will not be published.