ନୂଆଦିଲ୍ଲୀ (ଆମ ଟିଭି): ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ସତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୨୨ ତାରିଖ ୧୨.୩୦ ରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ରାମ ଜନ୍ମ ଭୂମି ନିର୍ମାଣ ସମିତି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।
କିଛି ସମୟ ପୂର୍ବରୁ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ମହାରାଜ କହିଥିଲେ କି ଜାନୁଆରୀ ୧୫ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠାନ ହେବ । ଏନେଇ କମିଟି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।