ନୂଆଦିଲ୍ଲୀ (ଆମ ଟିଭି): ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଉଠୁଛି ପଡୁଛି ଜାତୀୟ ରାଜନୀତି । ଚଳିତ ମାସ ୧୩ ତାରିଖରେ ଘଟିଥିବା ପାର୍ଲାମେଣ୍ଟ୍ ସୁରକ୍ଷା ତ୍ରୁଟିକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପ୍ରତ୍ୟାଶିତ ଓ ଚିନ୍ତାଜନକ ବୋଲି କହିଥିବା କଥା ଏକ ଆଲେଖ୍ୟରେ ‘ଦୈନିକ ଜାଗରଣ’ ଉଲ୍ଲେଖ କରିଛି।
ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କିଛି କହି ନ ଥବା ପ୍ରଧାନମନ୍ତ୍ରୀ ମୋଦୀ ପରିସ୍ଥିତିର ଗୁରୁତ୍ବକୁ ସ୍ବୀକାର କରିବା ସହିତ ଏ ଘଟଣା ଉପରେ ବିତର୍କ କିଂବା ପ୍ରତିବାଦରୁ ବିରତ ରହି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରତିକାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।