ପାତ୍ର ଏଣ୍ଟରଟେନମେଣ୍ଟ ଦ୍ୱାରା ରିଲିଜ୍ ହେଲା ଦୁଇଟି ମ୍ୟୁଜିକ ଭିଡିଓ “ତତେ ଭଲ ପାଉଚି ବୋଲି” ଓ “ଏ ପବିତ୍ର ବନ୍ଧନ ଶହେ ଜନ୍ମର”

0

ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ନିର୍ଦ୍ଦେଶକ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ଅଭିନେତା ପପୁ ଓ ଅଭିନେତ୍ରୀ ଝୁନି ଅଭିନୀତ ଦୁଇଟି ମ୍ୟୁକିକ୍ ଭିଡିଓ ମୁକ୍ତିଲାଭ କରିଛି ଯାହାର ନାଁ ରହିଛି “ତତେ ଭଲ ପାଉଚି ବୋଲି” ଓ “ଏ ପବିତ୍ର ବନ୍ଧନ ଶହେ ଜନ୍ମର” ତେବେ ମ୍ୟୁଜିକ୍ ଭିଡ଼ିଓ ରିଲିଜ୍ ଅବସରରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୈଦ୍ବାର ବିଧାୟକ ସୈଭିକ୍ ବିଶ୍ବାଳ,ସିନେ ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ନିର୍ଦ୍ଦେଶକ ବାବୁ ବାବୁ ସମେତ ଅଭିନେତା ପପୁ ଓ ଅଭିନେତ୍ରୀ ଝୁନି ଉପସ୍ଥିତ ରହି ଗୀତ ଦୁଇଟି ର ସିଡ଼ି ଉନ୍ମୋଚନ କରିଥିଲେ।

ସେହିପରି ଦୁଇଟି ଯାକ ଗୀତ ପାତ୍ର ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରିଥିବା ବେଳେ । ଅନେକ ସୁପରହିଟ୍ ମ୍ୟୁଜିକ୍ ଭିଡ଼ିଓର ନିର୍ଦ୍ଦେଶକ ବାବୁ ବାବୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି । “ତତେ ଭଲ ପାଉଚି ବୋଲି” ଗୀତ ଟିକୁ ସମ୍ବିତ କୁମାର ମହାନ୍ତି ଗୀତ ରଚନା ସହିତ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ସ୍ୱୟଂ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ କଣ୍ଠଦାନ କରିଛନ୍ତି l ସେହିପରି “ଏ ପବିତ୍ର ବନ୍ଧନ ଶହେ ଜନ୍ମର” ଗୀତ ଟିକୁ ଚିନ୍ମୟ ଓ ବିଭୁନ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ସ୍ୱର୍ଗତ ହ୍ୟୁମାନ ସାଗର ଓ ଲୋପାମୁଦ୍ରା ଦାଶ ଓ ଖୁବ୍ ସୁନ୍ଦର ଭାବରେ ଲେଖିଛନ୍ତି ନିରଞ୍ଜନ ପଣ୍ଡା ।

ଏଣୁ ନିର୍ଦ୍ଦେଶକ ବାବୁ ବାବୁଙ୍କ ସୁନ୍ଦର ପରିକଳ୍ପନା ଏବଂ ବଳିଷ୍ଠ ନିର୍ଦ୍ଦେଶନାରେ ମ୍ୟୁଜିକ୍ ଭିଡ଼ିଓ ଦୁଇଟି ଖୁବ ପ୍ରଶଂସା ସାଉଁଟୁଛି l

Leave A Reply

Your email address will not be published.