*ଖରାଦିନରେ କରନ୍ତୁ କଲରା ଚାଷ, କମ ଖର୍ଚ୍ଚରେ ମିଳିବ ଅଧିକ ଲାଭ*

0

ଓଡ଼ିଶାରେ କଲରା ଏକ ମୁଖ୍ୟ ପରିବା । ପିତା ହେଲେ ମଧ୍ୟ କଲରାର ଅନେକ ଔଷଧୀୟ ଗୁଣ ରହିଛି । ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ଧ୍ୟାନ ଦେବା ନିହାତି ଦରକାର । ତେଣୁ ସମୟ ଅନୁଯାୟୀ କିସମ ଚୟନ କରିବା ଆବଶ୍ୟକ ।

ସୂଚନା ଥାଉ କି, କଲରା ରେ ଭିଟାମିନ ଏ, ସି, କ୍ୟାଲସିୟମ ଓ ଫସଫରସ ପର୍ଯ୍ୟାପ୍ତ ପରିମାଣର ରହିବା ସହ ଏହାର ଅନେକ ଔଷଧୀୟ ଗୁଣ ରହିଛି । ମଧୁମେହ ରୋଗିଙ୍କ ପାଇଁ ଏହା ଅତି ଦରକାରୀ । ଖରାଦିନିଆ ଲତା ଜାତୀୟ ପନିପରିବା ଚାଷ ମଧ୍ୟରେ କଲରା ସାଜିଛି ଏକ ମୁଖ୍ୟ ପରିବା । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ରହିଥାଏ ।

*କଲରା ଚାଷ ପାଇଁ କେଉଁ ମାଟିରେ ଭଲ ହୁଏ, ଜାଣନ୍ତୁ…*

କଲରା ଚାଷ ପାଇଁ ମୁଖ୍ୟତଃ ବାଲିଆ,ଦୋରସା ମାଟି ଯେଉଁଥରେ ଅମ୍ଳତା ପି. ଏଚ୍ ୬.୫ରୁ ୭.୦ ରେ ରହିଥିବ ସେଥିରେ ଭଲ ଭାବରେ ଚାଷ ହୋଇପାରେ ।

*ଖରାଦିନରେ କଲରା ଚାଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼େ,ଜାଣନ୍ତୁ…*

ବାୟୁମଣ୍ଡଳରେ ଅଧିକ ଉତ୍ତାପ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ । ଯେଉଁଥି ପାଇଁ କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ତେଣୁ କଲରା ଚାଷ ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲେ ଭଲ ହୋଇପାରେ ।ପ୍ରକାଶ ଥାଉ ଯେ, କଲରାକୁ ତରକାରି, ଭଜା ପ୍ରସ୍ତୁତ କରି ଖିଆଯାଏ । ବଜାରରେ କଲରା ର ଚାହିଦା ଓ ଦର ବର୍ଷସାରା ଅଧିକ ରହୁଛି ।

Leave A Reply

Your email address will not be published.