ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ମୋହନଙ୍କୁ ବଡ଼ ସାର୍ଟିଫିକେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଦୁଇ ବର୍ଷର ଡବଲ ଇଂଜିନ ସରକାର ଐତିହାସିକ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ରାସ୍ତାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଗରିବ କଲ୍ୟାଣ ଯୋଜନାରେ ସାଧାରଣ ମଣିଷର ଜୀବନ ବଦଳୁଛି। ଓଡ଼ିଶାର ଆର୍ଥିକ ଗତିବିଧି, ନିବେଶ ଏବଂ ଉଦ୍ୟୋଗକୁ ଆକର୍ଷିତ କରିବାର ସାମର୍ଥ୍ୟ ବଢ଼ିଛି । ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଶଂସା ମୋହନଙ୍କ ନେତୃତ୍ବକୁ ବଡ଼ ସ୍ବୀକୃତି । ଏହା ରାଜ୍ୟ ନେତୃତ୍ବରେ ମୋହନ ମାଝୀଙ୍କ ସ୍ଥିତିକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ।
ପ୍ରଶଂସା ପରେ ପ୍ରଧାନନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ନେଇ ଗଭୀର ଧନ୍ୟବାଦ ଜଣାଇବା ସହ ଡବଲ୍ ଇଞ୍ଜିନ୍ ସରକାର ଯୋଗୁଁ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ସର୍ବଦା ଅମାପ ଭଲପାଇବା ସହ ବିକାଶର ଭେଟି ଦେଇଛନ୍ତି । ଏହା ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣ ଯୋଜନାର ଉପଲବଧି ବଖାଣିଛନ୍ତି । ଗତ ଦୁଇ ବର୍ଷରେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧି ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଏବଂ ଆୟୁଷ୍ମାନ ଯୋଜନା ଭଳି କାର୍ଯ୍ୟକ୍ରମ ସଫଳ ହୋଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ KG ଠାରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରାଯିବା ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯିବା ଏକ ଐତିହାସିକ ପଦକ୍ଷେପ।