ରାଜ୍ୟରେ ପୁଣି ଦେଖାଦେବ ଆଳୁ ସଙ୍କଟ; ରାଜ୍ୟ ବ୍ୟବସାୟୀ ମହାସଂଘ କହିଲା…

0

ଭୁବନେଶ୍ୱର (ଆମ ଟିଭି):  ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଆସିବାକୁ ଯାଉଛି । କାରଣ  ଆଳୁ ସଙ୍କଟକୁ ନେଇ ଏଯାଏ ସମାଧାନ ହୋଇନାହିଁ। ଆଳୁର ଅଭାବ ଯୋଗୁ ରାଜ୍ୟରେ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି। ତେବେ ଆଳୁ ସଙ୍କଟ କେବେ ଦୂର ହେବ ସେନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗ୍ରାହକଙ୍କୁ ଝଟକା ଦେବା ଭବି ଖବର ଆସିଛି। ରାଜ୍ୟରେ ପୁଣି ଦେଖା ଆଳୁ ସଙ୍କଟ ଦେଇପାରେ ବୋଲି କୁହାଯାଉଛି। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଏବେ ଥିବା ଆଳୁ ୩ ଦିନ ଯିବ। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। କାଲି ସୁଦ୍ଧା ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ।

ଅନ୍ୟପଟେ ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ମନ୍ତ୍ରୀଙ୍କ କହିବାନୁଯାୟୀ, ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.