ବିଶ୍ବର ସବୁଠୁ ବଡ଼ ଅଫିସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଆଜି ସୁରଟ ଏୟାରପୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିଥିଲେ । ଏହାପରେ ମୋଦୀ ଏକ ବିଶାଳ ରୋଡ୍ ସୋ କରିଥିଲେ । ତେବେ ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ବିଶାଳ କାର୍ଯ୍ୟାଳୟର ଲୋକାର୍ପଣ କରିଥିଲେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି ।

ଏ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗର କାର୍ଯ୍ୟାଳୟ ପେଣ୍ଟାଗନଠାରୁ ମଧ୍ୟ ବଡ ଅଫିସ୍ । ଯାହାକି ଏବେ ବିଶ୍ୱର ସବୁଠୁ ବଡ ଅଫିସ୍ ହେବାର ଗୌରବ ଅର୍ଜନ କରିଛି । ଆଜି ଏହି ‘ସୁରଟ ଡାଇମଣ୍ଡ ବୋର୍ସ’ର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦୀ ।

Leave A Reply

Your email address will not be published.