ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା ୫୦୦ କୋଟି ଟଙ୍କା, ଜାଣନ୍ତୁ କାହିଁକି, କିଏ ଦେଲା

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା ୫୦୦ କୋଟି ଟଙ୍କା। ତେବେ ପ୍ରଶ୍ନ ଉଠିଛି ଏତେ ଟଙ୍କା କିଏ ଦେଲା ଏବଂ କାହିଁକି ଦେଲା। ତେବେ କଥାଟି ହେଲା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ବିଭିନ୍ନ ପ୍ରକଳ୍ପଗୁଡିକର ପରିଚାଳନା ସହ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ସୁବିଧା ସୁଯୋଗ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ କରାଯିବ।

ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ କର୍ପସ ପାଣ୍ଠି ପ୍ରଦାନ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ବଜେଟରେ ବିଧିବଦ୍ଧ ଭାବେ କର୍ପସ ପାଣ୍ଠିର ବ୍ୟବସ୍ଥା କରାଯିବା ପରେ ଶ୍ରୀମନ୍ଦିର ପିଏଲ ଆକାଉଣ୍ଟକୁ ସରକାର ଏହି ଅନୁଦାନ ପ୍ରଦାନ କରିଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଚର ଅରବିନ୍ଦ ପାଢୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.