ଭୁବନେଶ୍ୱର : ଆସୁଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ । ସ୍ବାଗତ ପାଇଁ ସଜେଇ ହେଉଛି ମୟୂରଭଞ୍ଜ। ସ୍ବାଗତ ପାଇଁ ଚାରିଆଡେ ଛାଇଗଲାଣି ପୋଷ୍ଟର ଓ ହୋର୍ଡିଂ। ସମାବେଶ ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ। ରାଇରଙ୍ଗପୁରରେ ଏକାଠି ହେବେ ଦୁଇ ଶୀର୍ଷ ନେତୃତ୍ବ। ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ୩ଟା ୪୫ରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ପହଞ୍ଚିବେ।
ସଂଧ୍ୟାରେ ରାଇରଙ୍ଗପୁରରେ ଏମ୍ସ ସାଟେଲାଇଟ୍ ସେଣ୍ଟରର ଉଦଘାଟନ କରିବେ ରାଷ୍ଟ୍ରପତି। କାଲି ସକାଳ ୧୦ଟାରେ ନିଜ ଶ୍ବଶୂର ଘର ଗାଁ ପାହାଡ଼ପୁର ଯିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୦ରେ ପାହାଡ଼ପୁର ଆସିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ୯ଗସ୍ତ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ମାହୋଲ ଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହାଇପ୍ରୋଫାଇଲ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ରାଇରଙ୍ଗପୁର ।