ଆପ ଛାଡ଼ିଲେ ରାଜ କୁମାର ଆନନ୍ଦ

0

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍‌ ଯିବା ପରେ ଆମ୍‌ ଆଦମୀ ପାର୍ଟିରେ ସବୁ କିଛି ଠିକ୍‌ ନାହିଁ। ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ବରିଷ୍ଠ ନେତା ରାଜ କୁମାର ଆନନ୍ଦ ମନ୍ତ୍ରୀ ପଦ ଛାଡିଛନ୍ତି। କେବଳ ସେତିକି ନୁହେଁ ସେ ଦଳର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ରାଜକୁମାର ଆନନ୍ଦ ଅରବିନ୍ଦ କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ। ଦଳରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଆମ୍ ଆଦମୀ ପାର୍ଟିରେ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦଳିରେ ବିଧାୟକ କିମ୍ବା କାଉନସିଲରଙ୍କୁ ସମ୍ମାନ ଦିଆଯାଏ ନାହିଁ। ଦଳିତଙ୍କୁ ପ୍ରମୁଖ ପଦ ପଦବୀରେ ସ୍ଥାନ ଦିଆଯାଏ ନାହିଁ। ମୁଁ ଜଣେ ବ୍ୟକ୍ତି ଯିଏ ବାବା ସାହେବ ଆମ୍ବେଦକରଙ୍କ ନୀତି ଅନୁସରଣ କରେ ଯଦି ମୁଁ ଦଳିତଙ୍କ ପାଇଁ କାମ କରିପାରିବି ନାହିଁ ତେବେ ଦଳରେ ରହିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ରାଜେନ୍ଦ୍ର ପାଲ ଗୌତମଙ୍କ ଇସ୍ତଫା ପରେ ୨୦୨୨ରେ ରାଜ କୁମାର ଆନନ୍ଦଙ୍କୁ କେଜ୍ରିଓ୍ୱାଲ ସରକାରରେ ମନ୍ତ୍ରୀ କରାଯାଇଥିଲା। ସେହି ସମୟରେ ସାମାଜିକ କଲ୍ୟାଣ ବିଭାଗ ପରିଚାଳନା କରୁଥିବା ରାଜେନ୍ଦ୍ର ପାଲ ଗୌତମ ଧାର୍ମିକ ଭାବନାକୁ ଭଡକାଇବା ଅଭିଯୋଗରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.