ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ତଦନ୍ତ କରିବ ସିବିଆଇ

0

ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ଏବେ ତଦନ୍ତ କରିବ ସିବିଆଇ। ସନ୍ଦେଶଖାଲିର ଦୁଷ୍କର୍ମ, ଯୌନ ନିର୍ଯାତନା ଓ ଜମି ହଡପ ମାମଲାର ସିବିଆଇକୁ ତଦନ୍ତ କରିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ପଶ୍ଚିମବଙ୍ଗର ଟିଏମ୍‌ସି ସରକାରକୁ ଏକ ଝଟ୍‌କା ଲାଗିଛି।

ବୁଧବାର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜୋର ଜବରଦସ୍ତି ବଟି ଆଦାୟ, ଜମି ହଡପ ଓ ଯୌନ ଉତ୍ପୀଡନ ମାମଲାର ତଦନ୍ତ ସିବିଆଇ କରିବ। ସନ୍ଦେଶଖାଲି ମାମଲାର ଜଟିଳତାକୁ ବିଚାରକୁ ନେଇ ନିରପେକ୍ଷ ତଦନ୍ତ କରାଯିବାରେ କୌଣସି ସନ୍ଦେହ ନାହିଁ। ଯେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି ତାଙ୍କୁ ରାଜ୍ୟ ତଦନ୍ତ ପାଇଁ ଉଚିତ ସମର୍ଥନ ଦେବ। ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ୍/ ଇମେଲ୍ ଆଇଡି ଉନ୍ମୋଚନ କରାଯିବ।

ମାମଲାର ତଦନ୍ତ କରି ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ। ଏହି ରିପୋର୍ଟରେ ଉଭୟ ଜମିର ଜବରଦଖଲ ଉଚ୍ଛେଦ ଏବଂ ଯୌନ ମାମଲା ସଂପର୍କରେ ଉଲ୍ଲେଖ ରହିବ। ସାଧାରଣ ଲୋକ, ସରକାରୀ ବିଭାଗ, ଅଣ-ସରକାରୀ ସଂଗଠନ (ଏନଜିଓ) ଙ୍କ ସମେତ ଯେକୌଣସି ବ୍ୟକ୍ତିଙ୍କୁ ପଚାରିବାର ଏଜେନ୍ସି ପାଖରେ କ୍ଷମତା ରହିବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.