ନୂଆଦିଲ୍ଲୀ(ଆମ ଟିଭି): ହିମାଚଳପ୍ରଦେଶ ରାଜନୀତିରେ ଜାରି ରହିଛି ହାଇ ଡ୍ରାମା । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ବାଚସ୍ପତି କୁଳଦୀପ ସିଂହ ଏହି ୬ ବିଧାୟକଙ୍କ ବିଧାନସଭା ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି । ଦଳ ବଦଳ ନିରୋଧୀ ଆଇନ ଆଧାରରେ ଏହି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚଷ୍ପତି ।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷିତ । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକମାନେ ହେଲେ, ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ର ଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟୋ, ରବି ଠାକୁର ଏବଂ ଚୈତନ୍ୟ ଶର୍ମା । ହିମାଚଳ ପ୍ରଦେଶର ବାଚସ୍ପତି କୂଳଦୀପ ସିଂହ ପଠାନିଆ ରାଜ୍ୟସଭା ନିିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ଦଳ ବଦଳ ନିରୋଧୀ ଆଇନ୍ ବଳରେ ଏହି ବିଧାୟକଙ୍କୁ ବହିସ୍କୃତ କରିଛନ୍ତି । ବାଚସ୍ପତି କୂଲଦୀପ ସିଂହ ପଠାନିଆ କହିଛନ୍ତି, ସରକାରଙ୍କୁ ଜନାଦେଶ ମିଳିଛି । ଜନତା ୫ ବର୍ଷ ପାଇଁ ସରକାର ବାଛିଛନ୍ତି । ଆଉ ଏମାନେ ଆୟା ରାମ, ଗୟା ରାମ ରାଜନୀତି କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀଙ୍କୁ ଭୋଟ୍ ନଦେଇ ଏମାନେ ବିଜେପିର ହର୍ଷ ମହାଜନଙ୍କୁ ଭୋଟ୍ ଦେଲେ । ଏହା ଅତ୍ୟନ୍ତ ନିନ୍ଦନୀୟ ।