ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ ହେଲେ ଶାହାରୁଖ ଖାନ୍

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଶାହାରୁଖ ଖାନ୍ । ବଲିଉଡ୍ ଇଣ୍ଡଷ୍ଟ୍ରିର ବାଦଶାହା। ତାଙ୍କୁ କିଏ ବା ନଜାଣେ । ତାଙ୍କର ନିଷ୍ଠା , କଠିନ ପରିଶ୍ରମ, ନିଖୁଣ ଅଭିନୟ ଆଉ ରୋମାଣ୍ଟିକ୍ ଅନ୍ଦାଜ୍ ଦୀର୍ଘ ବର୍ଷ ଧରି ତାଙ୍କୁ ଫ୍ୟାନ୍ସ ମାନଙ୍କ ମନରେ ସାଇତି ରଖିଛି। ପିଲାଠୁ ବୁଢା ସମସ୍ତେ ତାଙ୍କର ଦିୱାନା । ଆମେ କହୁଛୁ କିଙ୍ଗଖାନ୍ ଙ୍କ କଥା। ଗତବର୍ଷ ବଲିଉଡ୍ ଜଗତକୁ ସେ ଦେଇଛନ୍ତି ତିନି ତିନୋଟି ସୁପରହିଟ୍ ଫିଲ୍ମ । ପଠାନ୍, ଜୱାନ୍ ଏବଂ ଡିଙ୍କି ଚଳଚିତ୍ର ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ତେବେ ୨୦୨୩ ବର୍ଷ ପାଇଁ ଶାହରୁଖ୍ ଖାନ୍ଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ କରାଯାଇଛି।

ନୂଆଦିଲ୍ଲୀର ତାଜ୍ ପ୍ୟାଲେସରେ ଏହି ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଶାହରୁଖ ଖାନ୍, ମଣି ରତ୍ନମ୍ , ନୀରଜ୍ ଚୋପ୍ରା , ଜାଭେଦ ଅଖତର ପ୍ରମୂଖ ଅନେକ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଶାହରୁଖ କହିଛନ୍ତି ମୁଁ ସର୍ବଦା ମୋ ମନ ଚାହୁଁଥିବା ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରେ। ଭଲ ରୋଲ କରିବାର ଫଳାଫଳ ସର୍ବଦା ଭଲ ହୋଇଥାଏ। କିଛି ବର୍ଷ ପୂର୍ବରୁ ମୋର କିଛି ଫିଲ୍ମ ଫ୍ଲପ୍ ହୋଇଥିଲା ।

Leave A Reply

Your email address will not be published.