ଭୁବନେଶ୍ୱର : ବାଲିଅନ୍ତା ବର୍ବରତାର ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ପୋଲିସ ପହଂଚିବା ପରେ ବଢ଼ିଥିଲା ଅଧିକ ହିଂସା । ହାତ ଗୋଡ଼ ବନ୍ଧା ଥିବା ସୋମ୍ୟର ହାତରୁ ଦଉଡ଼ି ଖୋଲିବା ପରେ ଅଧିକ ଆକ୍ରମଣ ହୋଇଥିଲା । ପୋଲିସ ପହଁଚିବା ପରେ ସୌମ୍ୟଙ୍କ ହାତ ଗୋଡ଼ ଖୋଲିଥିଲା । ଯାହାକୁ ନେଇ ଲୋକେ ଅଧିକ ଉତ୍ତେଜିତ ହୋଇ ପୋଲିସ ଉପସ୍ଥିତିରେ ସୌମ୍ୟ କୁ କରିଥିଲେ ଆକ୍ରମଣ। ଘଟଣା ପଛରେ ୨୦ରୁ ଅଧିକ ଆକ୍ରମଣକାରୀ ଚିହ୍ନଟ ହୋଇଛନ୍ତି। ସୌମ୍ୟଙ୍କୁ ବାନ୍ଧିବା ସମୟରେ ପ୍ରଥମ ପାଞ୍ଚ ଜଣ ଥିଲେ ମୁଖ୍ୟ କାର୍ପଟଦାର। ପ୍ରଥମ ପାଞ୍ଚ ଜଣ ମଧ୍ୟରୁ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି ।
ପୋଲିସ ରାଡାରରେ ଅଛନ୍ତି ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ଓ ଦେଖଣାହାରୀ । ଭିଡିଓ ଆଧାରରେ ଆକ୍ରମଣ କରିନଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ। ତେବେ କ୍ରାଇମବ୍ରାଞ୍ଚ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମେ ୧୧୨କୁ ଆସିଥିଲା କଲ୍ । ୧୦ଟା ୪୫ ମିନିଟରେ ଘଟିଥିଲା ଘଟଣା । ୧୦ମିନିଟ ଭିତରେ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । କିନ୍ତୁ ୧୧ଟାରୁ ୧୧ଟା ୪୫ମିନିଟ ଚାଲିଥିଲା ଭିଡ଼ ହିଂସା। ଏନେଇ କ୍ରାଇମବ୍ରାଞ୍ଚ ଘଟଣାର ପ୍ରତ୍ୟକ ଦିଗକୁ ନେଇ ଯାଂଚ କରୁଛି।