ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ବସିଛି ଜି-୨୦ ବୈଠକ । ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବେ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଆଫ୍ରିକୀୟ ୟୁନିଅନକୁ ସ୍ଥାୟୀ ସଦସ୍ୟ ଭାବରେ ଜି-୨୦ରେ ଅନ୍ତର୍ଭୁକ୍ତ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ବାଗତ ଭାଷଣରେ କହିଛନ୍ତି ଯେ “ଆପଣଙ୍କ ସମସ୍ତଙ୍କ ସହମତିରେ ଏହି ସମ୍ମିଳନୀ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ୟୁନିଅନର ଚେୟାରମ୍ୟାନଙ୍କୁ ଜି-୨୦ ର ସ୍ଥାୟୀ ସଦସ୍ୟ ଭାବରେ ତାଙ୍କ ଆସନ ଗ୍ରହଣ କରିବାକୁ ନିମନ୍ତ୍ରଣ କରୁଛି ।”