ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଜଣାପଡ଼ିଲା ପ୍ରଶାନ୍ତ ଜଗଦ୍ଦେବଙ୍କ ସାଂଘାତିକ ସତ

0

EVM ଭାଙ୍ଗିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ତାକୁ ନେଇ ସାଂଘାତିକ ସତ ଜଣାପଡିଛି।

ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର ସିସିଟିଭି ଫୁଟେଜ ଆସିଛି । ଏହି ଫୁଟେଜକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ । ଫୁଟେଜରେ ସ୍ପଷ୍ଟ ଭାବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦେଖାଯାଉଛନ୍ତି । ହେଲେ ଇଭିଏମ ଭାଙ୍ଗିବା ନେଇ ଫୁଟେଜରେ କୌଣସି ସ୍ପଷ୍ଟ ଦୃଶ୍ୟ ନାହିଁ । ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.