କର୍ମଚାରୀଙ୍କ ଦରମା ବୃଦ୍ଧି କଲା ଏହି କମ୍ପାନୀ

0

କିଛିଦିନ ହେବ ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜନ ଗୁଗୁଲରେ କର୍ମଚାରୀଙ୍କ ଛଟେଇ ହେଉଥିବା ଖବର ଚର୍ଚ୍ଚାରେ ରହିଛି। କାରଣ ଚଳିତ ବର୍ଷ ଅର୍ଥାତ ୨୦୦୪ ଆରମ୍ଭରେ କମ୍ପାନି ଅନେକ ବିଭାଗରୁ ପାଖାପାଖି ୧୦୦୦ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ୨୦୨୩ରେ ୧୨,୦୦୦ କର୍ମଚାରୀଙ୍କୁ କମ୍ପାନି ବାହାର କରି ଦେଇଥିଲା।

ଏହି କ୍ରମରେ କମ୍ପାନି କର୍ମଚାରୀଙ୍କ ପାଇଁ ନେଇଥିବା ଏକ ନିଷ୍ପତ୍ତି ଚର୍ଚ୍ଚା ରହିଛି। ଚଳିତଥର କିନ୍ତୁ ଛଟେଇ ପାଇଁ ନୁହେଁ କର୍ମଚାରୀଙ୍କୁ ନିଜ କମ୍ପାନିରେ ରଖିବା ପାଇଁ ଗୁଗୁଲ ପାରିଶ୍ରମିକକୁ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ସୂଚନାଯୋଗ୍ୟ, ଗୁଗୁଲର ପ୍ରିୟର କର୍ମଚାରୀ ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ଷ୍ଟ‌ାର୍ଟଅଫରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ କମ୍ପାନି ତାଙ୍କର ପାରିଶ୍ରମିକୁ ୩୦୦ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ଦେଇଥିଲା। ଏଥିରେ କର୍ମଚାରୀ ରାଜି ହୋଇ ନିଜ ପଦରେ ପୁଣି ରହିଥିଲେ।

ପ‌‌‌‌ର୍ପ୍ଲେକ୍ସିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀବାସ୍ତ ଏହି ଘଟଣା ବିଷୟରେ ଆଲୋଚନା କରି କହିଛନ୍ତି, ଗୁଗୁଲ ନିଜର କର୍ମଚାରୀଙ୍କୁ କମ୍ପାନିରେ ରଖିବା ପାଇଁ କୌଣସି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଯେଉଁ କର୍ମଚାରୀ ଆମର କମ୍ପାନିରେ ଯୋଗ ଦେବା ପାଇଁ ଆସୁଥିଲେ ସେ ଗୁଗୁଲ ସର୍ଚ୍ଚ ଟିମର ସଦସ୍ୟ ଥିଲେ। ତାଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ କୌଣସି ପ୍ରକାର ନେଣଦେଣ ନଥିଲା। ଏହା ସତ୍ତ୍ବେ ବି କମ୍ପାନି ଉକ୍ତ କର୍ମଚାରୀଙ୍କ ଦରମାକୁ ୩୦୦ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧ କରି ଅଟକାଇ ଦେଲା।

Leave A Reply

Your email address will not be published.