ଶେଖ ଶାହଜାହାଁଙ୍କୁ ସିବିଆଇକୁ ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ

0

ପଶ୍ଚିମବଙ୍ଗର ସିନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଦାୟିତ୍ୱ ଆଜି ସିବିଆଇକୁ ହସ୍ତାନ୍ତର କରିଛନ୍ତି କଲିକତା ହାଇକୋର୍ଟ।

ଏଥିସହ ଏହି ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଟିଏମସି ଷ୍ଟ୍ରଙ୍ଗମ୍ୟାନ ଶେଖ ଶାହଜାହାଁଙ୍କୁ ଆଜି ଦିନ ୪.୩୦ ସୁଦ୍ଧା ସିବିଆଇ ହେପାଜତରେ ଛାଡ଼ିବାକୁ ହାଇକୋର୍ଟ ବେଙ୍ଗଲ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଡି ଅଧିକାରୀଙ୍କ ଉପରେ ଶାହଜାହାଁ ଓ ତାଙ୍କ ସହଯୋଗୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ଏସଆଇଟି ଗଠନ କରିବା ସହ ଶାହଜାହାଁଙ୍କୁ ଗିରଫ କରିଥିଲେ।

ଶାହଜାହାଁ ଗିରଫ ହେବା ପରେ ପଶ୍ଚିମବଙ୍ଗ ସରକାର ଘଟଣାର ତଦନ୍ତ ଦାୟିତ୍ୱ ସିଆଇଡିକୁ ଦେଇଥିଲେ। ବର୍ତ୍ତମାନ ଶାହଜାହାଁ ପୁଲିସ୍‌ ରିମାଣ୍ଡରେ ରହିଛନ୍ତି। ରିମାଣ୍ଡ ଶେଷ ହୋଇ ନଥିବା ବେଳେ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଗ୍ନାମ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.