ଗର୍ଭପାତ କରିବାକୁ ଅନୁମତି ଦେଲେ ସରକାର

0

ପ୍ୟାରିସ: ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଜୋରଦାର କରତାଳିରେ ସାଂସଦମାନେ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ୍‌ ଅନୁମୋଦନ କରିଛନ୍ତି। ଏହି ବିଲ୍‌ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ।

ଗର୍ଭପାତ ସମ୍ବନ୍ଧୀୟ ବିଲ୍‌ ସଂସଦର ଅନୁମୋଦନ ପରେ ସମଗ୍ର ଫ୍ରାନ୍ସରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ମହିଳା ଅଧିକାର କର୍ମୀମାନେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ପ୍ରଶଂସା କରିଛନ୍ତି। ବିଲ୍‌କୁ ଆଇନଗତ ସ୍ବୀକୃତି ଦେବା ପାଇଁ ଫ୍ରାନ୍ସ ସମ୍ବିଧାନର ଧାରା ୩୪ରେ ସଂଶୋଧନ କରାଯାଇଛି।

Leave A Reply

Your email address will not be published.