୮୦ ବର୍ଷର ଓଡ଼ିଆ ସିନେମା ଇତିହାସ ରେ ପ୍ରଥମ, ଆସୁଛି ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’

0

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ୮୦ ବର୍ଷର ସୁଦୀର୍ଘ ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହେବାକୁ ଯାଉଛି। ୮୦ ବର୍ଷ ତଳେ, ପ୍ରଥମ ଓଡ଼ିଆ କଥାଚିତ୍ର ଭାବେ ପ୍ରଭୁ ଶ୍ରୀରାମଙ୍କ ଉପରେ ପର୍ଯ୍ୟବସିତ ଆଧ୍ୟାତ୍ମିକ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା, ଠିକ୍ ସେହିପରି ବର୍ତ୍ତମାନ ଓଡ଼ିଶାର ପ୍ରଥମ ଆନିମେସନ୍ ଚଳଚ୍ଚିତ୍ର ଭାବେ ଦର୍ଶକଙ୍କ ପାଖକୁ ଆସୁଛି ଆଉ ଏକ ଆଧ୍ୟାତ୍ମିକ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’। ଓଡିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମିତ ଏହି ସିନେମା କେବଳ ଭାରତ ନୁହେଁ ବରଂ ବିଦେଶର ମଧ୍ୟ ଆସନ୍ତା ୧୭ ତାରିଖରେ ରିଲିଜ୍ ହେବାକୁ ଥିବା ଏହି ସିନେମା, ଆମ ଓଡିଆ ଜାତି ପାଇଁ ଏକ ଗର୍ବର ମୁହୂର୍ତ ଆଣିଛି ।

 

କଳିଯୁଗରେ କେବଳ ‘ଭକ୍ତି’ ହିଁ ମହାପ୍ରଭୁ ଜଗନ୍ନାଥଙ୍କୁ ପାଇବାର ଏକମାତ୍ର ମାଧ୍ୟମ, ଯାହା ହୋଇଛି ‘ମହାପ୍ରଭୁ ଜଗନ୍ନାଥ’ ସିନେମାର ମୁଖ୍ୟ ବାର୍ତ୍ତା। ଆଧୁନିକ ଯୁଗରେ ମୋବାଇଲ୍ ଓ ଇଣ୍ଟରନେଟ୍ ଦୁନିଆରେ ହଜି ଯାଉଥିବା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଆନିମେସନ୍‌ର ସାହାରା ନିଆଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ଆନିମେସନ୍ ମାଧ୍ୟମରେ ସମାଜରେ ଉତ୍ତମ ଚରିତ୍ର ଗଠନ କରିବା ସହ ସମସ୍ତଙ୍କ ହୃଦୟରେ ଭକ୍ତିଭାବ ଜାଗ୍ରତ କରିବା।

 

ଏହି ପରିପ୍ରେକ୍ଷିରେ, ‘ଏଲି ଆନିମେସନ୍’ର ନିର୍ଦେଶକ ତଥା ‘ମହାପ୍ରଭୁ ଜଗନ୍ନାଥ’ ସିନେମାର ପ୍ରଯୋଜକ ଶ୍ରୀ ଦୂର୍ଗା ପ୍ରସାଦ ଦଳାଇ କହିଛନ୍ତି, “ମହାପ୍ରଭୁଙ୍କ ଅପାର ଲୀଳା ଓ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରସାର ପାଇଁ ‘ଏଲି ଆନିମେସନ୍’ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି। ଆମ ସଂସ୍ଥାର ଲକ୍ଷ୍ୟ ହେଉଛି ଏହି ଆନିମେସନ୍ ସିନେମା ଜରିଆରେ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଘରେ ଘରେ ପହଞ୍ଚାଇବା। ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ପରିବାର ପାଇଁ ଏହା ନିଶ୍ଚିତ ଭାବେ ଏକ ଅନନ୍ୟ ଭେଟି ହେବ।

Leave A Reply

Your email address will not be published.