ନୀଳାଦ୍ରି ମହୋଦୟ ଭକ୍ତି ସଙ୍ଗୀତର ଅଡିଓ ମୁକ୍ତିଲାଭ

0

ଦୂରଦର୍ଶିନୀ ଡିଜିଟାଲ ଦ୍ୱାରା ପ୍ରସ୍ତୁତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ “ନୀଳାଦ୍ରି ମହୋଦୟ” ର ଅଡିଓ ମୁକ୍ତିଲାଭ ଉତ୍ସବ କୀଟ୍ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l

ଏହି ଭକ୍ତି ସଙ୍ଗୀତର ଅଡିଓ ମୁକ୍ତିଲାଭ ଉତ୍ସବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ଡଃ ହରେକୃଷ୍ଣ ଶତପଥୀ, ଡଃ ଭାଗ୍ୟଲିପି ମଲ୍ଲ,

ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇଥିଲେ l ଆମନ୍ତ୍ରିତ ଅତିଥି ମାନଙ୍କ କରକମଳରେ ନୀଳାଦ୍ରି ମହୋଦୟ ଅଡିଓ ମୁକ୍ତିଲାଭ ହୋଇଥିଲା l ନୀଳାଦ୍ରି ମହୋଦୟ ଭକ୍ତି ସଙ୍ଗୀତକୁ ପ୍ରଯୋଜନା କରିଛନ୍ତି ପ୍ରଜ୍ଞା ଦୂରଦର୍ଶିନୀ ନାୟକ l ବହୁ ଅଭିଜ୍ଞ ଗୀତିକାର ଡଃ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ଗୁଡଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ପ୍ରଚ୍ଛଦପଟ ଗାୟକ ସତ୍ୟଜିତ୍ ପ୍ରଧାନ କଣ୍ଠଦାନ କରିଛନ୍ତି l

ଏହି ଭକ୍ତି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ଟୁନା ଚନ୍ଦନ l ଅଭିନେତା ପୁପିନ୍ଦର ସିଂ ଏବଂ ଶ୍ରୀତମ ଦାସ ଏହି ଗୀତରେ ଅଭିନୟ କରିଛନ୍ତି l ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ଭକ୍ତି ସଙ୍ଗୀତଟିର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ସୌମ୍ୟ ଧଳ ରହିଛନ୍ତି l

Leave A Reply

Your email address will not be published.