ପୁରୀ (ଆମ ଟିଭି): ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି । ଆଉ ବିଶ୍ବାସ ବି ଅଛି ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କିଛି ରହସ୍ୟମୟୀ ସୁଡଙ୍ଗ ମଧ୍ୟ ରହିଛି ।
ଲୋକଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ସ୍ଥାନାନ୍ତରଣ ଓ ଯାଞ୍ଚ ପରେ ବି ପୁଣି ଥରେ ରତ୍ନଭଣ୍ଡାର ଖୋଲାଯାଇ ସୁଡଙ୍ଗ ଅଛି କି ନାହିଁ ବୋଲି ଯାଞ୍ଚ କରାଯିବ ବୋଲି କହିଥିଲେ ଯାଞ୍ଚ କମିଟି ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥ ।