ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

0

ଭୁବନେଶ୍ୱର (ଆମ ଟିଭି): ସୋମବାର ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ।

ତେବେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିସ କରାଯାଇଛି। ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। କହିରଖୁଛୁ କି, ଜୁନ ୪ ଅର୍ଥାତ୍‌ ମଙ୍ଗଳବାର ଲୋକ ସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ଆସିବାକୁ ଯାଉଛି। ତେବେ ଏହା ଭୋଟ ଗଣତି ପୂର୍ବରୁ ଶେଷ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି।

Leave A Reply

Your email address will not be published.