ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି; କହିଲେ , ‘ଓଡିଶାରେ ପରିବର୍ତ୍ତନ ହୋଇସାରିଛି’

0

ଭୁବନେଶ୍ୱର (ଆମ ଟିଭି): ଖୋର୍ଦ୍ଧା ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ । କହିଲେ ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଉପରେ ଭରସା କରି ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ମନସ୍ଥ କରିଛନ୍ତି ରାଜ୍ୟବାସୀ ।

ଏହି ପରିବର୍ତ୍ତନ ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପି ସରକାରକୁ ଆସିବା ପରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବ ଏବଂ ରୋଜଗାର ବଢ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.