ବଢ଼ିଲା +୩ ସିଟ୍ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି
ବଢ଼ିଲା ବିଭିନ୍ନ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଗତଶିକ୍ଷା ବର୍ଷଗୁଡ଼ିକର ନାମଲେଖା ତଥ୍ୟକୁ ସମୀକ୍ଷା କରିବା ପରେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ସରକାରୀ ଚିଠି ଅନୁଯାୟୀ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧ ହଜାର ୨୧୬, ସରକାରୀ କଲେଜ ଗୁଡ଼ିକରେ ୪ ହଜାର ୬୮୪, ଏଡେଡ୍-୪୮୮ ବର୍ଗର କଲେଜଗୁଡ଼ିକରେ ୩ ହଜାର ୪୧୬ ଏବଂ ଏଡେଡ୍-୬୬୨ ବର୍ଗର କଲେଜଗୁଡ଼ିକରେ ଏକ ହଜାର ୫୬ ଟି ସିଟ୍ ବୃଦ୍ଧି କରାଯାଇଛି । ବର୍ତ୍ତମାନ ମୋଟ ୧୦ ହଜାର ୩୭୨ଟି ଆସନ ବଢ଼ାଯାଇଛନ୍ତି ଉଚ୍ଚଶିକ୍ଷା ବିଭାଗ । ଏହି ସଂଶୋଧିତ ସିଟ୍ ସଂଖ୍ୟା ଚଳିତ ଶିକ୍ଷାବର୍ଷର ସାମ୍ସ ପୋର୍ଟାଲରେ ମଧ୍ୟ ଉପଲବ୍ଧ କରାଯାଇଛି । ଯାହାଦ୍ୱାରା ଅଧିକରୁ ଅଧିକ ଯୋଗ୍ୟ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ପାଇବାର ସୁଯୋଗ ପାଇପାରିବେ ।