ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି: ସମବାୟ ମନ୍ତ୍ରୀ

0

ଭୁବନେଶ୍ଵର (ଆମ ଟିଭି); ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରା ରାଜ୍ୟରେ ସାର ଅଭାବକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ଆଜି ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ।

ସେ କହିଛନ୍ତି ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ୍‌ ସାର ବଣ୍ଟା ସରିଲାଣି । ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ୍‌ ସାର ବଣ୍ଟା ଯାଇଥିଲା । ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ୍‌ ସାର ମହଜୁଦ ଅଛି। ଆବଶ୍ୟକ ହେଲେ ଆହୁରି ସାର ମଗେଇବୁ ।

ସେ ଆଉ ମଧ୍ୟ କହିଛନ୍ତି ସାରକୁ ନେଇ ବିରୋଧୀ ଲୋକଙ୍କ ମନରେ ରାଜ୍ୟରେ ସାର ନାହିଁ କହି ନ୍ୟାରେଟିଭ୍‌ ତିଆରି କରୁଛନ୍ତି । ଲୋକେ ସବୁ ଜାଣୁଛନ୍ତି, ବିଜେଡି ଯେତେ ସୋ ବାଜି କଲେ ଵି ଲାଭ ଦେବନି ।

 

Post navigat

ion

Leave A Reply

Your email address will not be published.