ଦିଲ୍ଲୀ ହାଇକୋର୍ଟରୁ ବୋମା ପକାଇ ଉଡ଼ାଇ ଦେବାକୁ ଆସିଲା ଧମକ

0

‘ବୋମା ଲଗାଇ ଉଡାଇ ଦେବୁ କୋର୍ଟ। କାହାକୁ ବି ଛଡା ଯିବ ନାହିଁ। ଯିଏ ଆସିବ ତାକୁ ଉଡାଇଦେବୁ।’ ଦିଲ୍ଲୀ ହାଇକୋର୍ଟକୁ ଏଭଳି କିଛି ଧମକ ମିଳିଛି। ଏହାପରେ ପୂରା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

କେବଳ ସେତିକି ନୁହେଁ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନରାଲଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ମିଳିଛି। ବୁଧବାର ରେଜିଷ୍ଟ୍ରାରଙ୍କୁ ଇ-ମେଲ ଜରିଆରେ କୋର୍ଟକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଇ-ମେଲଟି ବଳବନ୍ତ ଦେସାଇ ନାମରେ ଆସିଥିଲେ। ଏଥିରେ ୧୫ ଫେବ୍ରୁଆରୀ ଦିନ କୋର୍ଟକୁ ବୋମାରେ ଉଡାଇ ଦେବୁ। ଏହା ସବୁଠାରୁ ବଡ଼ ବିସ୍ଫୋରଣ ହେବ। ଯେତେ ସୁରକ୍ଷା ବ୍ୟବସ୍ଥା ବଢ଼ାଉବାର ଅଛି ବଢ଼ାନ୍ତି। ସମସ୍ତ ମନ୍ତ୍ରୀଙ୍କୁ ଡାକନ୍ତୁ। ସମସ୍ତଙ୍କୁ ବିସ୍ଫୋରଣରେ ଉଡାଇ ଦେବୁ ବୋଲି ଧମକ ଦିଆଯାଇଥିଲା।

ଏହି ଧମକ ମିଳିବା ପରେ ଚାରିଆଡେ ହଇଚଇ ଆରମ୍ଭ ହୋଇଥିଲା। କୋର୍ଟ ପରିସର ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତେବେ ଏହି ଧମକପୂର୍ଣ୍ଣ ଇ-ମେଲକୁ ପଠାଇଥିବା ବ୍ୟକ୍ତି ଜଣକ କିଏ ସେ ନେଇ ଯାଞ୍ଚ ଜାରି ରହିଛି। ଖୁବଶୀଘ୍ର ତାଙ୍କୁ ଗିରଫ କରିବା ପାଇଁ ପୁଲିସ ସର୍ଚ୍ଚ ଜାରି ରଖିଛି। ସେପଟେ ହାଇକୋର୍ଟରେ ସୁରକ୍ଷା ଡ୍ରିଲ କରାଯିବା ସହ ଜିଲ୍ଲା ଅଦାଲତ ଗୁଡିକର ସୁରକ୍ଷା ବଢ଼ାଇ ଦିଆଯାଇଛି।

Leave A Reply

Your email address will not be published.