ପରଲୋକରେ ଅଭିନେତା ଅନୁଭା ମହାନ୍ତିଙ୍କ ବାପା

0

ପରଲୋକରେ ଅନୁଭବ ମହାନ୍ତିଙ୍କ ବାପା, କୀଡନି ରୋଗରେ ଥିଲେ ପନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।

ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ତେବେ ଅନୁଭବଙ୍କର ସବୁ ଉଦ୍ୟମ ପରେ ମଧ୍ୟ ସେ ପିତୃଶୂନ୍ୟ ହୋଇଯାଇଛନ୍ତି। ଅଭୟଙ୍କର ମୃତ୍ୟୁ ଖବର ପାଇ ସମ୍ପର୍କୀୟ ଏବଂ ଆତ୍ମୀୟ ସ୍ୱଜନ ଆସି ଅନୁଭବଙ୍କ ନନ୍ଦିସାହି ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି। ବହୁ ସ୍ଥାନୀୟ ବିଶିଷ୍ଟ ବକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରୁଛନ୍ତି।

Leave A Reply

Your email address will not be published.