ପାଟନା: ଏଭଳି ଡ୍ରାମା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ବୋଲି ପିତା ଲାଲୁ ପ୍ରସାଦ ଯାଦବ ଓ ମାତା ରାବ୍ଡ଼ି ଦେବୀଙ୍କ ନାମରେ ‘ସିବିଆଇ’ ଚାର୍ଜସିଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ଶନିବାର ଦିନ ପୁଅ ତଥା ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କହିଛନ୍ତି।
ଜମି ପରିବର୍ତ୍ତେ ରେଳବାଇରେ ଚାକିରି ଦୁର୍ନୀତି ଅଭିଯୋଗରେ ‘ସିବିଆଇ’ ଏହି ଚାର୍ଜସିଟ୍ ଦାଖଲ କରିଛି। ତେଣୁ, ତେଜସ୍ବୀ କହିଛନ୍ତି, କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକୁ ସବୁବେଳେ ଅପବ୍ୟବହାର କରାଯାଉଛି ଏବଂ ଭାରତୀୟ ଜନତା ପାର୍ଟି ହାରୁଥିବାରୁ ଏଭଳି ଡ୍ରାମା ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ।ଏଥର ନୀତୀଶ କୁମାରଙ୍କ ନେତୃତ୍ବରେ ମହାଗଠବନ୍ଧନ ଗଠନ କରାଯାଇଛି। ‘ବିଜେପି’ର ସ୍ଥାନ ନାହିଁ। ଦୁଇଟି ସ୍ଥାନରେ ଉପନିର୍ବାଚନ ଥିବାରୁ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ଅଧିକ କ’ଣ ଅଛି।
ନଭେମ୍ବର ୩ ତାରିଖରେ ମୋକମା ଓ ଗୋପାଳଗଞ୍ଜ ଆସନରେ ହେବାକୁ ଥିବା ଉପନିର୍ବାଚନକୁ ଉଦ୍ଦେଶ୍ୟ କରି ତେଜସ୍ବୀ ଏ କଥା କହିଛନ୍ତି। ମୋ ନାଁରେ ବି ଚାର୍ଜସିଟ୍ ଫାଇଲ୍ କରାଯାଇଛି। ସେଥିରେ କିଛି ନାହିଁ। ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକର ଅପବ୍ୟବହାର ହେଉଥିବାଯାଏ ଏମିତିକା ମାମଲା ସବୁ ଆସୁଥିବ ବୋଲି ସେ କହିଛନ୍ତି।