ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି, ମୁତୟନ ହେଲେ NDRFର ସ୍ବତନ୍ତ୍ର ଟିମ୍

0

ପୁରୀ: ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ ଗାର୍ଡ । ସମୁଦ୍ର ରେ ସ୍ନାନ ବେଳେ ଯେପରି କୌଣସି ଅଘଟଣ ନ ହେବ ସେଥିଲାଗି ଲାଇଫଗାର୍ଡ ଙ୍କୁ ଦିଆଯାଇଛି ଟ୍ରେଂନିଙ୍ଗ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ସମୁଦ୍ର ତଟ ରେ କୋଷ୍ଟଗାର୍ଡଙ୍କ ସମେତ ଭାରତୀୟ ନୌସେନାର ରହିବ କଡା ପହରା ।

କୌଣସି ଅପ୍ରତ୍ୟାଶିତ ଦୁର୍ଯ୍ୟୋଗ କିମ୍ବା ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଏହି ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଅନ୍ୟ ଏକ ଦଳକୁ CBRN ଅର୍ଥାତ୍ ରାସାୟନିକ, ଜୀବାଣୁ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି । ଏହି ଟିମ୍‌ରେ CBRN କ୍ଷେତ୍ରରେ ପ୍ରଶିକ୍ଷିତ ଯବାନଙ୍କ ସହ ଆଧୁନିକ ସୁରକ୍ଷା ଉପକରଣ ଉପଲବ୍ଧ ରହିଛି । ରଥଯାତ୍ରା ପୂର୍ବରୁ ସମସ୍ତ NDRF ଟିମ୍‌କୁ ଆବଶ୍ୟକ ବ୍ରିଫିଂ ଦିଆଯାଇଛି ।

Leave A Reply

Your email address will not be published.