ନିସ୍ ଶିକ୍ଷାନୁଷ୍ଠାନର ଟ୍ରଷ୍ଟିଙ୍କୁ ଉଦ୍ୟୋଗୀ ଓଡ଼ିଶା ସମ୍ମାନ ୨୦୨୬ ରେ ସମ୍ମାନୀତ

0

କଳିଙ୍ଗ ଏଜୁକେସନାଲ ଟ୍ରଷ୍ଟ ଓ ଏମ୍ ବି ସି ଟିଭିର ମିଳିତ ସହଯୋଗରେ ଉଦ୍ୟୋଗୀ ଓଡ଼ିଶା ସମ୍ମାନ – ୨୦୨୬ ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି
ଶ୍ରୀମତୀ ସୁରମା ପାଢୀ, ଓଡ଼ିଶା ସରକାରଙ୍କ ପୂର୍ବ, ଆଇନ୍ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ଭୂବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ
ଉପସ୍ଥିତିରେ ନିସ୍ ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ଇଂ ସାଇସମ୍ବିତ ନାୟକଙ୍କୁ ଉଦ୍ୟୋଗୀ ଓଡ଼ିଶା ସମ୍ମାନ – ୨୦୨୬ ରେ ସମ୍ମାନୀତ କରାଯାଇଅଛି ।

ଉକ୍ତ ସମ୍ମାନ ପାଇଁ ନିସ୍‌ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ନିଜକୁ ଗୌରବାନ୍ବିତ ମନେ କରୁଅଛନ୍ତି ବୋଲି ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରକାଶ କରିଅଛନ୍ତି ।

Leave A Reply

Your email address will not be published.