ସିନେମାରୁ ସିଧା ରାଜନୀତି-ବିଜୟଙ୍କ ଧମାକେଦାର ଏଣ୍ଟ୍ରି*
ତାମିଲନାଡୁ ରାଜନୀତିରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ଦମଦାର ପ୍ରବେଶ ଦେଖିବାକୁ ମିଳିଛି। ତାଙ୍କ ନେତୃତ୍ୱାଧୀନ ଦଳ TVK ତାମିଲନାଡୁ ବିଧାନସଭା ନିର୍ବାଚନରେ ଭୋଟ ଗଣତି ଟ୍ରେଣ୍ଡରେ ଆଗରେ ରହିଛି।ଚାଲୁଥିବା ଭୋଟ ଗଣତି ସମୟରେ ବିଜୟଙ୍କ ପ୍ରଭାବ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି ଏବଂ ତାମିଲ ରାଜନୀତିରେ ଏକ ନୂତନ ପରିବର୍ତ୍ତନର ସଙ୍କେତ ମିଳୁଛି।
ଶେଷ ଖବର ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, TVK ୧୦୪ଟି ସିଟ୍ରେ ଆଗୁଆ ରହିଛି, ଯେତେବେଳେ AIADMK ୬୮ଟି ଏବଂ DMK ୬୨ଟି ସିଟ୍ରେ ଆଗରେ ରହିଛନ୍ତି।
*ଫିଲ୍ମରେ ସୁପରହିଟ୍, ରାଜନୀତି କ୍ୟାରିୟର ବ୍ଲକବ୍ଲାଷ୍ଟର !*
ସାଉଥ ସିନେମାର ସୁପରହିଟ୍ ହିରୋ ବିଜୟ ଥାଲାପତି, ରାଜନୀତିରେ ବ୍ଲକବାଷ୍ଟର ଏଣ୍ଟ୍ରି କରିବାକୁ ଯାଉଥିବା ଟ୍ରେଣ୍ଡ କହୁଛି । 33 ବର୍ଷର ଫିଲ୍ମ କ୍ୟାରିୟରରେ ବିଜୟ 70ରୁ ଅଧିକ ଫିଲ୍ମ କରିଛନ୍ତି । ଯେଉଁଥିରେ ଅଧିକାଂଶ ସୁପରହିଟ୍ ଫିଲ୍ମ ରହିଛି। ଏହାରି ଭିତରେ ବିଧାନସଭା ନିର୍ବାଚନରେ TVK ବିଜୟ ପାର୍ଟି ଯଦି ବାଜିମାତ କରି ସରକାର ଗଠନ କରେ ତେବେ ବିଜୟଙ୍କ ରାଜନୀତି କ୍ୟାରିୟରେ ଏହା ବ୍ଲକବାଷ୍ଟର ସାବ୍ୟସ୍ତ ହୋଇପାରେ ।
*TVK ବଡ଼ ପ୍ରତିଶ୍ରୁତି:*
ନିର୍ବାଚନ ସଂକଳ୍ପପତ୍ରରେ ଟିଭିକେ ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି, ନଜର ପକାନ୍ତୁ….
✅ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ ପାଇଁ 60 ବର୍ଷ ପର୍ଯ୍ୟନ୍ତ ଘରର ମହିଳା ମୁଖ୍ୟଙ୍କୁ ପ୍ରତି ମାସରେ 2500 ଟଙ୍କା ଦେବାକୁ ଘୋଷଣା।
✅ଏଲପିଜି ସଙ୍କଟ ମଧ୍ୟରେ ପ୍ରତି ପରିବାରକୁ 6ଟି ଏଲପିଜି ଗ୍ୟାସ ମାଗଣାରେ ଦେବାକୁ ଘୋଷଣା।
✅ବାହାଘର ପାଇଁ ଯୁବତୀଙ୍କୁ 8 ଗ୍ରାମ ସୁନା ଦେବାକୁ ଘୋଷଣା
✅ସେହିପରି ସିଲ୍କ ଶାଢୀ ଦେବାକୁ ମଧ୍ୟ ଘୋଷଣା କରିଥିଲା ଦଳ
✅ସେହିପରି ଶିକ୍ଷା କ୍ଷେତ୍ରରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ 15 ହଜାର ସହାୟତା ଦେବାକୁ ଘୋଷଣା।
✅ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଘୋଷଣା।
✅ସେହିପରି ବେରୋଜଗାରଙ୍କ ପାଇଁ ବେରୋଜଗାର ଯୋଜନା ଆଣିବା, ଯେଉଁଥିରେ ପ୍ରତିମାସରେ ଗ୍ରାଜୁଏଟ୍ଙ୍କ ପାଇଁ 4 ହଜାର ଟଙ୍କା ଓ ଡିପ୍ଲୋମା ଡିଗ୍ରୀ ଧାରକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ଘୋଷଣା।
✅କୃଷକଙ୍କ ପାଇଁ ବଡ଼ ଘୋଷଣା କରିଥିଲା ପାର୍ଟି, 5 ଏକର ଜମି ଥିବା କୃଷକଙ୍କ ପାଇଁ ଋଣ ଛାଡ ସହ 5 ଏକରରୁ ଅଧିକ ଜମି ଥିବା କୃଷକଙ୍କ ପାଇଁ 50 ପ୍ରତିଶତ ଋଣ ଛାଡ କରିବାକୁ ନିର୍ବାଚନ ସଂକଳ୍ପପତ୍ରରେ ଘୋଷଣା କରିଥିଲା ଦଳ।