ଜୀ ସାର୍ଥକରେ ଆସନ୍ତା ମେ’ ୩୧ ସନ୍ଧ୍ୟା 6:30ରେ ଦେଖନ୍ତୁ ସୁପରହିଟ ଚଳଚିତ୍ର ‘ଅଦୃଶ୍ୟ’

0

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ରୋମାଞ୍ଚକର ଖବର, ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ସ୍ୱାଦର ହରର୍-ଥ୍ରୀଲର୍ ଚଳଚ୍ଚିତ୍ର ‘ଅଦୃଶ୍ୟ’। ଆସନ୍ତା ମେ ୩୧ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଏହି ମେଗା ମୁଭିର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ। “ପାପକୁ ଲୁଚାଇବା ସହଜ କିନ୍ତୁ କର୍ମକୁ ନୁହଁ, ଶେଷ ପରିଣାମ କ’ଣ ହେବ କାରଣ କର୍ମ ଫଳ ଯେମିତି ହେଲେ ଭୋଗିବାକୁ ତ ପଡିବ”, ଯାହାକୁ ପ୍ରମାଣିତ କରିଛି ଏହି ଚଳଚ୍ଚିତ୍ର ନିଜର ଏକ ଦମଦାର କାହାଣୀ ସହ ।

ମା’ ଗାୟତ୍ରୀ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଜୀବନ ସହ ଯୋଡ଼ି ହୋଇ ରହିଥିବା କର୍ମଫଳ ଏବଂ ଏକ ରହସ୍ୟମୟ ‘ଅଦୃଶ୍ୟ ଶକ୍ତି’ ଉପରେ ଆଧାରିତ। କାହାଣୀ ଆରମ୍ଭ ହୋଇଛି ୭ ଜଣ ସାଙ୍ଗଙ୍କ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଯାତ୍ରାକୁ ନେଇ । ମାତ୍ର ଫେରିବା ବାଟରେ ସେମାନଙ୍କ ଗାଡ଼ି ଖରାପ ହୋଇଯାଏ ଏବଂ ମାଓବାଦୀଙ୍କ ପକ୍ଷରୁ ରାସ୍ତା ଅବରୋଧ ଯୋଗୁଁ ସେମାନେ ଜଙ୍ଗଲ ମଧ୍ୟରେ ଏକ ଆଦିବାସୀ ହଷ୍ଟେଲରେ ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି। ହେଲେ କାହାଣୀ ଆରମ୍ଭ ହୁଏ ଏହିଠାରୁ, ଆରମ୍ଭ ହୁଏ ଅଦୃଶ୍ୟ ଶକ୍ତିର ଖେଳ। କିନ୍ତୁ ଏହା ପଛରେ କୌଣସି ଅଦୃଶ୍ୟ ଶକ୍ତି ରହିଛି ନା କର୍ମର ଫଳ, ଯାହାର ରହସ୍ୟ ଖୋଲିବ କ୍ଲାଇମାକ୍ସରେ ।

 

ଏହି ସିନେମା ବିଷୟରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ କହିଛନ୍ତି: “ଆମେ ସର୍ବଦା ଓଡ଼ିଆ ଦର୍ଶକଙ୍କୁ ମନୋରଞ୍ଜନ ସହ ଏକ ଜୀବନର ପ୍ରକୃତ ସତ୍ୟ ଉପରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ। ‘ଅଦୃଶ୍ୟ’ କେବଳ ଭୟ ଓ ରୋମାଞ୍ଚ ସୃଷ୍ଟି କରିବ ତାହା ନୁହଁ, ବରଂ ଏହା ମାନବୀୟ କର୍ମ ଏବଂ ତାର ପରିଣାମକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ। ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଏହି ଚଳଚ୍ଚିତ୍ରର ଭରପୂର ମଜା ନେଇପାରିବେ ବୋଲି ଆମର ଦୃଢ଼ ବିଶ୍ୱାସ।”

ଏହି ଫିଲ୍ମର ନିର୍ଦ୍ଦେଶନା, କାହାଣୀ ଓ ଚିତ୍ରନାଟ୍ୟ ଭାର ସତ୍ୟ ନାରାୟଣ ସାହୁ ସମ୍ଭାଳିଥିବା ବେଳେ ପ୍ରଯୋଜନା କରିଛନ୍ତି ସୁନନ୍ଦା ସାହୁ। ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରଙ୍କ ସ୍ୱର ଏବଂ ଅରୁଣ ମନ୍ତ୍ରୀ ଓ ସତ୍ୟ ନାରାୟଣ ସାହୁଙ୍କ ଗୀତ ଚଳଚ୍ଚିତ୍ରକୁ ଅଧିକ ଜୀବନ୍ତ କରିଛି। ମୁଖ୍ୟ ଭୂମିକାରେ ଅଭିଷେକ ଗିରି, ଲିପ୍ଶା ମିଶ୍ର ଏବଂ ସାୟଲ ମୁଖାର୍ଜୀ ନଜର ଆସିବେ। ସେହିପରି ସହ-ଅଭିନେତା ଭାବେ ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ରାଜେଶ ଅଗ୍ରୱାଲ, ନୀଳମଣି, ପ୍ରଦୀପ ଦେବତା, ଅରବିନ୍ଦ ଜେନା ଓ କୁସୁମ ତ୍ରିପାଠୀ ପ୍ରମୁଖ ଅଭିନୟ କରିଛନ୍ତି। ତେବେ ଆସନ୍ତା ମେ ୩୧ ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଏହି ମହାରହସ୍ୟର ପରଦାଫାଶ୍ ଦେଖିବାକୁ ଜମାରୁ ଭୁଲନ୍ତୁ ନାହିଁ।

Leave A Reply

Your email address will not be published.