ମୋଦି ଓ ଶାହଙ୍କୁ ଦେଶଦ୍ରୋହୀ କହି ଅଡୁଆରେ ରାହୁଲ, ଦେୱାନୀ ଅଦାଲତରେ ମାମଲା ରୁଜୁ

0

ପୁଣି ବଢ଼ିଲା ରାହୁଲଙ୍କ ଅଡୁଆରେ ।  ମୋଦି ଓ ଶାହଙ୍କୁ ଦେଶଦ୍ରୋହୀ କହି ଅଡୁଆରେ ରାହୁଲ ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରାୟବରେଲି ଦେୱାନୀ ଅଦାଲତରେ ମାମଲା ରୁଜୁ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ଶକିଲ୍ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି ।   ନିଜ ନିର୍ବାଚନ ମଣ୍ଡଳୀ ରାୟବରେଲି ଗସ୍ତ ବେଳେ ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ଦେଶଦ୍ରୋହୀ’ ଓ ‘ନୌଟଙ୍କି’ କହି କଟାକ୍ଷ କରିଥିବା ଅଭିଯୋଗ ହୋଇଛି ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୧୫ ତାରିଖରେ ହେବ ।  ରାହୁଲଙ୍କ ଦେଶଦ୍ରୋହୀ ହି ମନ୍ତବ୍ୟକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀର ଏକ ଥାନାରେ ମଧ୍ୟ ଏଫଆଇଆର ରୁଜୁ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.