ଦେଢ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଲା ହ୍ୱାଟ୍ସଆପ୍: ୟୁଜର୍ସ ହନ୍ତସନ୍ତ
ଭୁବନେଶ୍ୱର (ଆମ ଟିଭି): ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଲାଗିଛି ଏବ ବଡ଼ ଝଟକା । ଦୀର୍ଘ ଦେଢ ଘଣ୍ଟା ଧରି ହ୍ୱାଟ୍ସଆପ୍ ବ୍ୟବହାର କରିପାରିଲେ ନାହିଁ ୟୁଜର୍ସ । ଫଳରେ ଲୋକମାନେ ଫଟୋ, ମେସେଜ, ଭିଡିଓ କିଛି ବି ପଠାଇ ପାରିନଥିଲେ । ତେବେ ବର୍ତ୍ତମାନ ୟୁଜର୍ସ ହ୍ୱାଟସଆପକୁ ସହଜରେ ଆକ୍ସେସ କରି ଏହି ପ୍ଲାଟଫର୍ମରେ ମେସେଜ୍ ପଠାଇବା ସହିତ ଗ୍ରହଣ ମଧ୍ୟ କରିପାରୁଛନ୍ତି ।
ତେବେ ସଦ୍ୟ ରିପୋର୍ଟ ମୁତାବକ, ବର୍ତ୍ତମାନ ଏହି ମେସେଜିଂ ଆପ୍ ସବୁସ୍ଥାନରେ କାର୍ୟ୍ୟ କରୁନାହିଁ । ହ୍ୱାଟସଆପରେ ମେସେଜ ପଠାଇବା ସମୟରେ ଏରର ଦେଖାଉଛି । ଏହି ସମସ୍ୟା ଫଳରେ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ଏହାକୁ ନେଇ ଟ୍ୱିଟରରେ ମିମ୍ସ ଭାଇରାଲ ହେବାରେ ଲାଗିଛି । ହ୍ୱାଟସଆପ ଡାମ୍ନ ହେବାକୁ ନେଇ Downdetector ମଧ୍ୟ ରିପୋର୍ଟ କରିଛି ।
ଭାରତରେ ପାଖାପାଖି ଦେଢ଼ ଘଣ୍ଟା କାଳ ହ୍ୱାଟସଆପ ସେବା ବନ୍ଦ ରହିଥିଲା । ଲୋକମାନେ ଆପରେ ମେସେଜ୍ ପଠାଇବା କି ଗ୍ରହଣ କରିବାରୁ ବଞ୍ଚିତ ହୋଇଥିବା Downdetector ପକ୍ଷରୁ ଟ୍ୱିଟରରେ ଲେଖାଯାଇଛି । ଏକ ରିପୋର୍ଟ ମୁତାବକ, ଏହି ସମସ୍ୟାକୁ ନେଇ କମ୍ପାନୀ ତରଫରୁ ଏକ ନୋଟିସ୍ ଜାରି କରାଯାଇଛି । ଏହା ଉପରେ କମ୍ପାନୀ କାର୍ୟ୍ୟ କରୁଛି ଓ ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।