ମୋଦିଙ୍କୁ ନେଇ କାହିଁକି ଏମିତି କହିଲେ ଋଷ ରାଷ୍ଟ୍ରପତି

0

ପୁଣି ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଏବଂ ତାଙ୍କ କଠୋର ଆଭିମୁଖ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦିଙ୍କୁ କେବେ ଧମକାଇ କିମ୍ବା ଡରାଯାଇ ପାରିବ ନାହିଁ ବୋଲି ପୁଟିନ କହିଛନ୍ତି।

୧୪ଶ ଭିଟିବି ଇନଭେଷ୍ଟମେଣ୍ଟ ଫୋରମ୍ ‘ରୁଷିଆ କଲିଂ’ରେ ପୁଟିନ କହିଛନ୍ତି, ମୋଦିଙ୍କୁ ଡରାଇବା, ଧମକାଇବା କିମ୍ବା ଭୟଭୀତ କରିବା ସହଜ ନୁହେଁ। ମୁଁ କେବେ କଳ୍ପନା କରିପାରୁନି ଯେ, ଭାରତ ତଥା ଭାରତୀୟଙ୍କ ଜାତୀୟ ସ୍ୱାର୍ଥ ବିରୋଧରେ କୌଣସି ବି କାର୍ଯ୍ୟ, ପଦକ୍ଷେପ କିମ୍ବା ନିଷ୍ପତ୍ତି ମୋଦିଙ୍କୁ ଡରାଇ, ଧମକାଇ ନିଆଯାଇ ପାରିବ।

ଭାରତର ଜାତୀୟ ସ୍ୱାର୍ଥ ରକ୍ଷା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଠୋର ଆଭିମୁଖ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ପୁଟିନ। ପୁଟିନ ଆହୁରି କହିଛନ୍ତି, “ମୁଁ କେବଳ ବାହାରୁ କ’ଣ ଘଟୁଛି ତାହା ଦେଖେ, ସତ କହିବାକୁ ଗଲେ, ମୁଁ ଭାରତର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ କଠୋର ଆଭିମୁଖ୍ୟ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଏ।

ଏହାପୂର୍ବରୁ, ଋଷ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ଘରୋଇ ଶିଳ୍ପର ଅଭିବୃଦ୍ଧି କରାଯାଇ ପାରିବ ତା’ର ପଦକ୍ଷେପକୁ ପୁଟିନ ପ୍ରଶଂସା କରିଥିଲେ। ଫୋରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ହେଉଛି ଋଷ ଏବଂ ଭାରତ ମଧ୍ୟରେ ସମ୍ପର୍କର ମୁଖ୍ୟ ‘ଗ୍ୟାରେଣ୍ଟର୍’।

Leave A Reply

Your email address will not be published.