ବଜାରରେ ବଢ଼ିଲା ଅଣ୍ଡା ଦର, ଗୋଟାକୁ ୯ ଟଙ୍କା

0

ବଢ଼ିଲା ଅଣ୍ଡା ଦର । ୭ ଟଙ୍କା ୧୫ ପଇସାରେ ଅଣ୍ଡା କିଣୁ ଛନ୍ତି ଖୁଚୁରା ବ୍ୟବସାୟୀ । ୯ ଟଙ୍କାରେ ବିକ୍ରି କରୁଛନ୍ତି । ଅଣ୍ଡାର ରପ୍ତାନୀ ବଢିଛି ଓ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ବଢିଛି । ଏହାହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏକ କୋଟି ପର୍ଯ୍ୟନ୍ତ ସବସିଡି ଦିଆଯାଉଛି, ଆଗକୁ ୧୦ କୋଟି ଟଙ୍କା ସବସିଡି କରାଯିବ । ଯାହାଫଳରେ ଅଣ୍ଡା ଚାହିଦା ପୂରଣ ହୋଇପାରିବ । ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଥିବା ବେଳେ ଦୈନିକ ୧ କୋଟି ୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା କହିଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ପ୍ରଦାନ କରାଯାଉଛି । ବର୍ତ୍ତମାନ ପ୍ରାୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ବଢ଼ାଇ ୧୦ କୋଟି ଟଙ୍କା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଅଣ୍ଡାର ଚାହିଦା ପୂରଣ ପାଇଁ ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବର୍ତ୍ତମାନ ଦୈନିକ ପ୍ରାୟ ୧ କୋଟି ୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଉତ୍ପାଦନ ବଢ଼ାଇ ରାଜ୍ୟର ଅଣ୍ଡା ଚାହିଦା ପୂରଣ କରିବା ସହିତ ବଜାରରେ ଦର ନିୟନ୍ତ୍ରଣ କରିବା ଦିଗରେ ସରକାର ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.