ଆଥଲେଟିକ୍ସ ଫାଇନାଲରେ ପ୍ରଥମ ଓଡିଆ କିଶୋର
ଭୁବନେଶ୍ୱର : ଓଡିଶା ଆଥଲେଟିକ୍ସ ଇତିହାସରେ ଆଉ ଜଣେ ଆଥଲେଟିକ୍ସଙ୍କ ନାମ ଯୋଡି ହୋଇଛି । ସେ ହେଉଛନ୍ତି ଜାଭେଲିନ ଥ୍ରୋୟର କିଶୋର କୁମାର ଜେନା । ବୁଦାପେଷ୍ଟ ଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ୮୦.୫୫ ମିଟର ଥ୍ରୋ କରି ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ବୁଦାପେଷ୍ଟ ଠାରେ ଚାଲିଥିବା ଗୋଟିଏ ଇଭେଂଟ ୩ ଜଣ ଭାରତୀୟଙ୍କୁ ପଦକ ପାଇଁ ପ୍ରତିଦ୍ୱନ୍ଦିତା କରିବାର ଦେଖିବାକୁ ମିଳିଥିଲା । ଅଲମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟୟ ପ୍ରଥମ ଗ୍ରୁପ୍ ରେ ୮୮.୭୭ ମିଟର ରେକର୍ଡ କରି ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ଡି.ପି ମନୁ ୮୧.୩୧ ମିଟର ଥ୍ରୋ କରି ଫାଇନାଲ ଯୋଗ୍ୟତା ହାସଲ କରିଥିଲେ । ଦ୍ୱିତୀୟ ଗ୍ରୁପ୍ରେ କିଶୋର ପ୍ରଥମ ପର୍ଯ୍ୟୟରେ ୮୦.୫୫ ମିଟର ଥ୍ରୋ କରିଥିଲେ ଓ ଦ୍ୱିତୀୟ ପ୍ରୟାସରେ ୭୮.୦୭ ମିଟର ଥ୍ରୋ କରିଥିଲେ । ୮୦ ମିଟର ମାର୍କ ଅତିକ୍ରମ କରି କିଶୋର ତୃତୀୟ ଭାରତୀୟ ଭାବେ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲେ ।