ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର
ଉପର ମୁଣ୍ଡରେ କମିଲା ବର୍ଷା। ବନ୍ଦ ହେଲା ହୀରାକୁଦର ୨ଟି ଗେଟ। ଏବେ ୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧ ଦଶମିକ ୮୫ ଫୁଟ ରହିଛି। ପ୍ରତି ସେକେଣ୍ଡେରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୧ ଲକ୍ଷ ୫୭ ୨୭୨ କ୍ୟୁସେକ୍ ଜଳ। ସେହିପରି ନିଷ୍କାସିତ ହେଉଛି ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ। ସେପଟେ ମୁଣ୍ଡଳିର ଜଳସ୍ତର କମିବାରେ ଲାଗିଛି। ପ୍ରତି ସେକେଣ୍ଡେରେ ପ୍ରବାହିତ ହେଉଛି ୪ଲକ୍ଷ ୮୦ ହଜାର ୨୭ କ୍ୟୁସେକ ଜଳ।