ଏହି ରାଜ୍ୟରେ ମହିଳାଙ୍କୁ ମିଳିବ ମାସକୁ ୨୦୦୦ ହଜାର ଟଙ୍କା

0

ବେଙ୍ଗାଲୁରୁ : କର୍ନାଟକର ସିଦ୍ଦରାମାୟା ସରକାର ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଉପହାର ଦେବାକୁ ଯାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ବୁଧବାର ଗୃହଲକ୍ଷ୍ମୀ ଯୋଜନା ଆରମ୍ଭ କରିବେ। ଖାର୍ଗେ ଏବଂ ରାହୁଲଙ୍କ ଉପସ୍ଥିତିରେ ଏକ କୋଟିରୁ ଅଧିକ ମହିଳାଙ୍କୁ ମାସିକ ୨,୦୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ।

ସୂଚନା ପ୍ରଦାନ କରି ଅଧିକାରୀମାନେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମୈଶୁରରେ ଆୟୋଜିତ ହେବ। ଅଧିକାରୀଙ୍କ କହିବାନୁସାରେ, ପ୍ରାୟ ୧.୦୮ କୋଟି ହିତାଧିକାରୀ ଗୃହଲକ୍ଷ୍ମୀ ଯୋଜନା ପାଇଁ ଆବେଦନ କରିଛନ୍ତି। ଏହି ଯୋଜନା କଂଗ୍ରେସ ସରକାରଙ୍କ ପାଞ୍ଚଟି ଗ୍ୟାରେଣ୍ଟି ମଧ୍ୟରୁ ଗୋଟିଏ। ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ କ୍ଷମତାକୁ ଆସିବା ପାଇଁ ପାଞ୍ଚଟି ଗ୍ୟାରେଣ୍ଟି ଦେଇଥି ।

Leave A Reply

Your email address will not be published.