ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା
ନେପାଳ(ଆମ ଟିଭି): ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା । ଆଜି ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ପୋଖରା ବିମାନବନ୍ଦରରେ ବିମାନଟି ଅବତରଣ ବେଳେ ହୁତୁହୁତୁ ହୋଇ ଜଳିଗଲା । ବିମାନ ଦୁର୍ଘଟଣା ହେବା ପରେ ବିମାନବନ୍ଦରକୁ ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ବିମାନରୁ ଯାତ୍ରୀ ମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଏହି ବିମାନଟି ୭୨ଟି ସିଟ୍ ବିଶିଷ୍ଟ । ବିମାନରେ ମୋଟ୍ ୬୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଏବଂ ୪ କ୍ରିଉ ମେମ୍ବର ଥିଲେ ।
କୁହାଯାଉଛି କି, ବିମାନଟି ଖରାପ ପାଗ ଯୋଗୁଁ ଏକ ପାହାଡରେ ଦୁର୍ଘଟଣା ହୋଇଥିଲା । ପରେ ଅବତରଣ ବେଳେ ଜଳିବାକୁ ଲାଗିଥିଲା । ସୋସିଆଲ ମିଡିଆରେ ମଧ୍ୟ ବିମାନଟି ଜଳିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିମାନଟିରୁ ପ୍ରବଳ ମାତ୍ରାରେ ଧୂଆ ବାହାରୁ ଥିବା ବେଳେ ଲୋକଙ୍କୁ ଉଦ୍ଧାର କରାଯାଉଥିବା ଦେଖିବାକୁ ମିଳିଛି ।