ପୁରୀ(ଆମ ଟିଭି): ଜଗା ଦୁଆରେ ଠେଲାପେଲା । ଶ୍ରଅୀମନ୍ଦିରକୁ ଦର୍ଶନ ପାଇଁ ଯିବା ବେଳେ ବ୍ୟାରିକେଡ଼ ଭିତରେ ଠେଲାପେଲା । ଅଣନିଶ୍ୱାସୀ ହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆହତ ହେଲେ ପୁରୀ ହାଡଗଡ଼ିଆ ସାହିର ୬୫ ବର୍ଷୀୟ ସୁଲୋଚନା ସାହୁ ଓ କଟକ ପିଠାପୁରର ୧୬ ବର୍ଷୀୟ ଦିବ୍ୟା ସାହୁ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ସଦର ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ଗତକାଲି ମକର ସଂକ୍ରାନ୍ତ ଥିଲା ଓ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ଏହି ସମୟରେ ବ୍ୟାରିକେଡରେ ଦୁଇ ଜଣ ଅଣନିଶ୍ୱାସୀ ହୋଇପଡ଼ିଥିଲେ ।