ପୁଣି ଏକ ବର୍ଷ ବଢିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ବିଜେପି ରାଷ୍ଟ୍ରୀୟ ଜେ.ପି ନଡ୍ଡାଙ୍କ କାର୍ୟ୍ୟକାଳ ବୃଦ୍ଧି କରିଛି ଦଳ । ଏନେଇ ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଘୋଷଣା କରିଛନ୍ତି । ଶାହାଙ୍କ ଘୋଷଣା ମୁତାବକ ଆଗାମୀ ୧ବର୍ଷ ପାଇଁ ଜେ.ପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିବେ । ସବୁଠାରୁ ବଡକଥା କି ଦଳ ୨୦୨୪ ନିର୍ବାଚନ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ଲଢିବ ।

ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ଜେପି ନଡ୍ଡାଙ୍କୁ ପୁଣିଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ୟ୍ୟକାଳ ଗୋଟିଏବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହାକୁ ମିଶାଇ ନଡ୍ଡା ଦ୍ୱିତୀୟଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ବିଜେପିର କ୍ରମାଗତ ୨ଥର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାରେ ନଡ୍ଡା ହେଉଛନ୍ତି ତୃତୀୟ ନେତା । ଏହା ପୂର୍ବରୁ ରାଜନାଥ ସିଂ, ଲାଲକୃଷ୍ଣ ଆଡଭାନୀ ଦୁଇରୁ ଅଧିକ ଥର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.