ଚର୍ଚ୍ଚାରେ ରିଷି ସୁନକଙ୍କ ପାରମ୍ପରିକ ଖାଦ୍ୟ

0

ଲଣ୍ଡନ(ଆମ ଟିଭି): ଚର୍ଚ୍ଚାରେ ରିଶି ସୁନକଙ୍କ ପାରମ୍ପରିକ ଖାଦ୍ୟ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୋଙ୍ଗଲ ଦିନ ତାଙ୍କ ଅଫିସ କର୍ମଚାରୀଙ୍କ ପାଇଁ ପାରମ୍ପରିକ ଖାଦ୍ୟର ବ୍ୟବସ୍ଥା କରିଥିଲେ। ଲଣ୍ଡନର ୧୦ ଡାଉନିଙ୍ଗ ଷ୍ଟ୍ରିଟ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନରେ ସେ ପୋଙ୍ଗଲ ଭୋଜି ଦେଇଥିଲେ। ସୁନକଙ୍କ ଅଫିସ କର୍ମଚାରୀମାନେ କଦଳୀପତ୍ରରେ ପାରମ୍ପରିକ ଖାଦ୍ୟ ଖାଉଥିବାର ଫଟୋ ଏବଂ ଭିଡିଓ ଇ‌ଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ସୁନକ କହିଛନ୍ତି, ପୋଙ୍ଗଲ ଉତ୍ସବ ମନାଉଥିବା ସମସ୍ତଙ୍କୁ ମୋର ଶୁଭକାମନା। ଦେଶବ୍ୟାପୀ ପରିବାର ଗୁଡ଼ିକ ପାଇଁ ଏହି ଉତ୍ସବ କେତେ ମୂଲ୍ୟବାନ୍‌ ତାହା ମୁଁ ଜାଣେ। ପୋଙ୍ଗଲ ପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।

 

 

Leave A Reply

Your email address will not be published.