ପୁଣି ମୁହାଁମୁହିଁ ହେଲେ କେଜ୍ରିୱାଲ ଓ ଉପରାଜ୍ୟପାଳ
ନୂଆଦିଲ୍ଲୀ : ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ବିନୟ ସକସେନା । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉପରାଜ୍ୟପାଳଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବେଳେ ଏହାର ପ୍ରତ୍ୟୁତ୍ତର ରଖିଛନ୍ତି ଖୋଦ ଉପରାଜ୍ୟପାଳ ।
ଏଲଜି କିଏ, ସେ କେଉଁଠୁ ଆସିଲେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିବା ବେଳେ ଏହାର ଉତ୍ତର ଚିଠି ଲେଖି ଜଣାଇଛନ୍ତି ଉପରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ବିଭ୍ରାନ୍ତିକର, ଭୁଲ ଏବଂ ବଦନାମ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏତେ ସବୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ସମ୍ବିଧାନ ଦେଖିଲେ ଆପଣ ଏଲଜି କିଏ ଜାଣିପାରିବେ ତଥା ନିଜ ପ୍ରଶ୍ନର ଉତ୍ତର ପାଇପାରିବେ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।