ପୁଟିନ୍ ବଞ୍ଚିଛନ୍ତି ତ?: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

0

ନୂଆଦିଲ୍ଲୀ (ଆମ ଟିଭି): ୧୧ମାସ ହେଲା ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଏହାରି ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଞ୍ଚିଛନ୍ତି କି ନା ସେ ବୁଝିପାରୁ ନାହାଁନ୍ତି । ଗୁରୁବାର ସକାଳେ ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲୁଇଏଫ)ରେ ସେ ଦେଇଥିବା ଏକ ଭାଷଣ ଅବସରରେ ଏହା କହିଥିଲେ । ୟୁକ୍ରେନର ଏକ ଅନଲାଇନ ଓ୍ବେବସାଇଟକୁ ଜେଲେନସ୍କି କହିଛନ୍ତି, “ବର୍ତ୍ତମାନ ମୁଁ ବର୍ତ୍ତମାନ ଜାଣିପାରୁନି ଯେ କାହା ସହିତ କଥାବାର୍ତ୍ତା କରିବି ଏବଂ କ’ଣ କରିବି। ମୁଁ ନିଶ୍ଚିତ ନୁହେଁ ଯେ ରୁଷର ରାଷ୍ଟ୍ରପତି ଠିକ୍ ଅଛନ୍ତି କି ନାହିଁ । ସେ ନିଷ୍ପତ୍ତି ନେଉଛନ୍ତି କି, କିମ୍ବା ସେଠାରେ ଆଉ କିଏ ନିଷ୍ପତ୍ତି ନେଉଛି ତାହା ଜଣାପଡ଼ୁନାହିଁ । ”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ଦିନ ପୁଟିନ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଓ ଠିକ ତା ପରଦିନ ଆକ୍ରମଣ ଆରମ୍ଭ କରିଦେଉଛନ୍ତି । ଏଣୁ ଯେତେବେଳେ ଶାନ୍ତି ଆଲୋଚନା କଥା କୁହାଯାଉଛି ତାହା କାହାସହିତ ଆଲୋଚନା କଥା କୁହାଯାଉଛି ?

Leave A Reply

Your email address will not be published.